ଭବାନୀପାଟଣା (ଏଟିଆର ବ୍ୟୁରୋ): ମାଲକାନଗିରି ଜିଲ୍ଲା ସାଲିମାରିକୁଣ୍ଡା ଗାଁରେ ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି । ପୋଖରୀରେ ବୁଡି ଚାଲି ଯାଇଛି ଦୁଇ ଶିଶୁଙ୍କ ଜୀବନ । ଏହି କୁନି ଶିଶୁ ଦୁହେଁ ସମ୍ପର୍କୀୟ ଭାଇଭଉଣୀ ବୋଲି ଜାଣିବାକୁ ମିଳିଛି । ମୃତ ଭାଇର ନାମ ବିବେକ ମାଡକାମୀ(୬) ଏବଂ ଭଉଣୀ ନାମ ରାନୀ ପଡିଆମୀ (୫) ।
ଆଜି ସକାଳୁ ସକାଳୁ ଏହି ଅଘଟଣଟି ଘଟି ଯାଇଛି । ପରିବାର ଲୋକଙ୍କୁ କିଛି ନ କହି ଭାଇ ଭଉଣୀ ଦୁହେଁ ପୋଖରୀକୁ ଗାଧୋଇାବାକୁ ପଳାଇଥିଲେ । ଗାଧୋଇବା ବେଳେ ଦୁହେଁ ଗଭରୀ ଗଣ୍ଡ ମଧ୍ୟରେ ବୁଡି ଯାଇଥିଲେ । ମାତ୍ର ବିଳମ୍ବ ହେବାରୁ ଭାଇ ଭଉଣୀ ଦୁହେଁ କୁଆଡେ ଗଲେ ବି ପରିବାର ଲୋକ ଖୋଜିବା ଆରମ୍ଭ କରିଥିଲେ । ହେଲେ ଖୋଜି ଖୋଜି ପାଇନଥିଲେ । କିଛି ସମୟ ପରେ ପୋଖରୀରେ ଦୁହେଁ ଭାସୁଥିବାର ଦେଖିବାକୁ ମିଳିଥିଲା । ପରିବାରେ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ଶୋକାକୂଳ ହୋଇ ଉଠିଛି ।