ଭୁୁବନେଶ୍ୱର (ଏଟିଆର ବ୍ୟୁରୋ): ଫିଟ୍ ରହିବେ ପୋଲିସ ବାବୁ । ଜାରି ହେଲା ନିର୍ଦ୍ଦେଶନାମା । ପୋଲିସ ବାବୁଙ୍କ ଫିଟ୍ ରହିବା ପାଇଁ ଓଡିଶା ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଡିଜି କ୍ୟାମ୍ପ ଅଫିସରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ କରାଯିବ । ମାସକୁ ଅତିକମରେ ୨୪ ଦିନ ବ୍ୟାୟାମ କରାଯିବ । ସମସ୍ତ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ ।