ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରେ ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ ହୋଇଛି । ଦୁର୍ବୃତ୍ତ ମାନେ ଗୁଳି ମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏଭଳି ଏକ ଘଟଣା ଘଟିଛି ଜନଗହଳିପୂର୍ଣ୍ଣ ଇନଫୋସିଟି ଅଞ୍ଚଳରେ । ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଦୁଙ୍କ ସାଙ୍ଗରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ଯୁବତୀ ଜଣଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ମାଡ କରିଛନ୍ତି । ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିବାର ସୂଚନା ମିଳିଛି । ଗୁଳି ମାଡ ହୋଇଥିବାର ଖବର ପାଇ ଇନଫୋସିଟି ଥାନା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି ।
Incident of firing under Infocity PS. Initial report shows that she was not the target & had nothing to do. She is out of danger as per treating physicians. Accused has been identified, motive known. Investigation is in preliminary stages & facts can change. We'll update.@dcpbbsr
— COMMISSIONERATE POLICE (@cpbbsrctc) February 10, 2020
ସୂଚନା ଅନୁସାରେ ଯୁବତୀ ଜଣଙ୍କ ଏକ ଘରୋଇ ଇଂଜିନିୟରିଂ କଲେଜରେ ଫ୍ୟାସନ ଡିଜାଇନିଂ କରୁଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯୁବତୀଙ୍କ ନାଁ ସୋନାଲି ଓ ତାଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ଏହା ସହ ପୋଲିସ ଛାନଭିନ୍ ରେ ଜଣାପଡିଛି ଯେ ଦୁର୍ବୃତ୍ତ ମାନେ ବିନା ନମ୍ବର ପ୍ଲେଟ ଲଗାଯାଇଥିବା ବାଇକରେ ଆସିଥିଲେ । ଏନେଇ କମିସନରେଟ ପକ୍ଷରୁ ଏକ ଟ୍ୱିଟ କରାଯାଇଛି । ଯେଉଁ ଥିରେ ଲେଖାଯାଇଛି ଯୁବତୀ ଜଣଙ୍କ ବର୍ତ୍ତମାନ ଭଲ ଅଛନ୍ତି । ଗୁଳିମାଡ ଘଟଣାରେ ଯୁବତୀ ଜଣଙ୍କର କୌଣସି ପ୍ରକାରର ସମ୍ପର୍କ ନାହିଁ । ଏହା ସହ ଏହା ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଏହି ଗୁଳିମାଡ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।