ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତବର୍ଷ ସେପ୍ଟେମ୍ବର ମାସରେ ଅଚାନକ ନୂଆ ଟ୍ରାଫିକ ନିମୟ ଲାଗୁ କରାଯିବା ଫଳରେ ସମସ୍ତଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରାଫିକ ନିୟମରେ କିଛିଟା କୋହଳ କରାଯାଇଥିଲା । ତେବେ ଦୁଇ ଥର ଟ୍ରାଫିକ ନିୟମ କୋହଳ ହୋଇଥିବା ବେଳେ ଫେବୃଆରୀ ୨୯ରେ ଏହି ସମୟସୀମା ଶେଷ ହୋଇଥିଲା । ଏହାସହ ଗତକାଲି ଠାରୁ ଟ୍ରାଫିକ ନିୟମକୁ କଡାକଡି ଭାବରେ ପାଳନ କରାଯିବା ସହ ମୋଟା ଆକାରର ଫାଇନ ମଧ୍ୟ ଆଦାୟ କରାଯାଉଛି । ତେବେ ଆଜି ଧରପଗଡର ଦ୍ୱିତୀୟ ଦିନ ଥିବା ବେଳେ ରାଜ୍ୟ ଟ୍ରାଫିକ ଚେକିଂ ସମୟରେ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସକୁ ସିଜ କରିଛି ପରିବହନ ବିଭାଗ ।
ସୂଚନାନୂଯାୟୀ , ଆଜି ସୋମବାର ଥିବା ହେତୁ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି । ଫଳରେ ଚେକିଂକୁ ଜୋରଦାର କରିଦିଆଯାଇଛି । ତେବେ ଆଜି ସକାଳୁ ଯାଉଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ବସର ଚେକିଂ କରାଯାଇଥିଲା । ତେବେ ଚେକିଂ ସମୟରେ ଜଣାପଡିଥିଲା ଯେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ଯାକ ସ୍କୁଲ ବସର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜରିମାନ କଟା ଯାଇଛି । ଏହାସହ ଗାଡି ଦୁଇଟିର ବୈଧ ରେଜିଷ୍ଟ୍ରେସନ ସ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ହଜାର ଓ ପରମିଟ ନଥିବାରୁ ୧୦ହଜାର ଟଙ୍କାର ଚାଲଣ କଟାଯାଇଛି ।