ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ ଖୋଲା ଯାଇଛି । ଏହି ୨୦ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍ପାସିତ ହେଉଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ୬୧୫.୯୫ ଫୁଟ୍ ରହିଛି ଜଳସ୍ତର ।
ସେହିପରି ଜଳ ଭଣ୍ଡାର ଭିତରକୁ ୨ ଲକ୍ଷ ୮୯ ହଜାର ୫୮୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏହି ୨୦ ଟି ଗେଟ ଦେଇ ୩ ଲକ୍ଷ ୨୨ ହଜାର ୯୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
ପ୍ରବଳ ବର୍ଷା ସମେତ ଡ୍ୟାମ ଭିତରକୁ ଜଳ ପ୍ରବେଶ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦ ଟି ଗେଟ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।