ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍-ଇନ୍ସପେକ୍ଟର ମାନେ ରହିବେ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୨୧୬ ଟି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍-ଇନ୍ସପେକ୍ଟର । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଫାଣ୍ଡି ଦାୟିତ୍ୱରେ କେବଳ ସହକାରୀ ସବ୍-ଇନ୍ସପେକ୍ଟର ମାନେ ରହୁଥିଲେ ।
କମିଶନରେଟ ପୋଲିସଠୁ ନେଇ ବିଭିନ୍ନ ଜିଲ୍ଲା ପୋଲିସ ଏବଂ ରେଲୱେ ପୋଲିସ ଦ୍ୱାରା ପାରିଚାଳିତ ଫାଣ୍ଡିମାନଙ୍କରେ ସବଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି କରାଯିବ ।