ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ‘ୟଶ’ ର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି ସରକାର । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ସମସ୍ତ ପ୍ରସ୍ତୁତି ହୋଇସାରିଥିବା ବେଳେ ସଜାଗ ରହିଛନ୍ତି ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ସେହିପରି ୨୨ ଟି ଏନଡିଆରଏଫ ଟିମ ମଧ୍ୟରୁ ବାଲେଶ୍ୱର ପାଇଁ ୭ ଟି ଟିମ, ଭଦ୍ରକ ପାଇଁ ୪ଟି ଟିମ ,କେନ୍ଦ୍ରପଡା ପାଇଁ ୩ଟି ଟିମ୍. ଯାଜପୁର ପାଇଁ ୨ଟି ଟିମ, ଜଗତସିଂହପୁର ଏବଂ ମୟୁରଭଞ୍ଜ ପାଇଁ ଗୋଟିଏ ଲେଖାଏଁ ଟିମ ମତୟନ ରହିବେ ।
ଅନ୍ୟପଟେ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ୪ ଟି ଟିମ୍ ଉପଲବ୍ଧ ରହିବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ସମସ୍ତ ଟିମ୍ କୁ ଆସନ୍ତାକାଲି ଅପରାହ୍ନ ସୁଧା କାର୍ଯ୍ୟସ୍ଥଳରେ ପହଁଚିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।