ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନୂଆବର୍ଷ ପାଇଁ ସାରା ରାଜ୍ୟରେ ଆଜି ରାତି ୧୦ ଟାରୁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିବା ବେଳେ କଟକ ଏବଂ ଭୁବନେଶ୍ୱରରେ ଆଜି ରାତି ୯ଟାରୁ କାହାରିକୁ ଘରୁୂ ନବାହାରିବା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏହି ସମୟରେ ୧୪୪ ଧାରା ଜାରି କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବ । ରାତି ତମାମ ପାଟ୍ରୋଲିଂ କଡାକଡି କରାଯିବ । କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଯଦି କେହି ଏହି ନିମୟକୁ ଉଲ୍ଲଂଝନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଆଦାୟ କରାଯିବ ।
ଅନ୍ୟପଟେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ରହିବ । ଏହି କର୍ଫ୍ୟୁକୁ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହାସହିତ କର୍ଫ୍ୟୁ ସମୟରେ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ କେବଳ ଜରୁରୀ ସେବା ଜାରି ରହିବ । କରୋନା ସ୍ଥିତି ଏବଂ ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି ।