ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ନେଇ ଆଜି ବିଧାନ ସଭାରେ ତଥ୍ୟ ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ । ବିରୋଧୀ ରାଜ୍ୟରେ ସଡକ ଦୁର୍ଘଟଣା ସମ୍ପର୍କରେ ପ୍ରଶ୍ନ କରିବାରୁ ପରିବହନ ମନ୍ତ୍ରୀ ପଦ୍ମନାଭ ଉତ୍ତର ରଖିଛନ୍ତି କି, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ସଡକ ଜନାତ ଦୁର୍ଘଟଣା ବଢିବାରେ ଲାଗିଛି । ୫ବର୍ଷ ମଧ୍ୟରେ ୨୨,୮୦୨ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି ।
୨୦୧୪ମସିହାରେ ୩୯୩୧ଜଣ, ୨୦୧୫ରେ ୪୩୦୩ଜଣ, ୨୦୧୬ ମସିହାରେ ୪୪୬୩ଜଣ ମୁତ୍ୟୃ ବରଣ କରିଥିବା ବେଳେ ୨୦୧୭ରେ ୪୭୯୦ଜଣ ଓ ୨୦୧୮ରେ ୫୩୧୫ଜଣ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ । ବେପରୁହା ଗାଡି ଚଳାଚଳ କାରଣରୁ ଦିନକୁ ଦିନ ସଡକ ଜନିତ ଦୁର୍ଘଟଣା ଅଧିକ ହେବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ସଡକ ଜନିତ ଦୁର୍ଘଟଣା ହେଉଥିବାର ଖବର ଆମ ନଜରକୁ ଆସୁଛି । ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଅନେକ ସଚେତନତା ମୂଳକ ପଦକ୍ଷପ ନେଉଥିଲେ ମଧ୍ୟ ଏହାର ଅନୁପାତ ଯେମିତି କମିବାର ନାଆ ନେଉନି ।