ମୟୁରଭଞ୍ଜ ( ଏଟିଆର ବ୍ୟୁରୋ ) ; ଚିକିତ୍ସା ଅବହେଳା ପାଇଁ ଚାଲିଗଲା ପ୍ରସୂତିଙ୍କ ଜୀବନ । ଡାକ୍ତରଙ୍କ ଅବହେଳା ଯେଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ । ପଦ୍ମପୋଖରୀ ଗ୍ରାମର ରଶ୍ମିତା ମହାପାତ୍ର ଙ୍କୁ ଗତକାଲି ରାତିରେ ଗର୍ଭଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଉଦଳା ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ଡାକ୍ତରଖାନାରେ ରଶ୍ମିତା ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ ହେଁ ଏହାର କିଛି ସମୟ ପରେ ତାଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା । ଏହା ଦେଖି ରଶ୍ମିତାଙ୍କ ମା ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ଆସି ରଶ୍ମିତାଙ୍କୁ ଥରେ ଦେଖି ପଳାଇଯାଇଥିଲେ । ଏହାର କିଛି ସମୟ ପରେ ରଶ୍ମିତା ଙ୍କ ପେଟରେ ଯନ୍ତ୍ରଣା ବଢିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ରଶ୍ମିତା ଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଉଦଳା ଥାନାରେ ଅଭିଯୋଗ ହୋଇଛି । ଡାକ୍ତରଖାନା ପରିସରରେ ଉତ୍ତେଜନା ମଧ୍ୟ ଦେଖାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024