ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ତେବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନମୂନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପଟେ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୪୭୮୮୭ କରୋନା ନମୁନା ପରୀକ୍ଷଣ କରାଯାଇଛି । ଆରଟିପିସିଆର ଦ୍ୱାରା ୭୦୦୦ ଟେଷ୍ଟ ହୋଇଥିବାବେଳେ , ୪୦୭୬୧ ଆଣ୍ଟିଜେନ ଟେଷ୍ଟ କରାଯାଇଛି , ଟରୁନାଟ ଟେଷ୍ଟ ୧୨୬ କରାଯାଇଛି । ତେବେ କିଛିଦିନ ତଳେ ସରକାର ନମୁନା ପରୀକ୍ଷା ବୃଦ୍ଧି ନେଇ ସୂଚନା ଦେଇଥିବା ବେଳେ ଗତ ୫ ଦିନର ରେକର୍ଡ ଦେଖିଲେ ଓଡିଶାରେ ପାଖାପାଖି ୧ ଲକ୍ଷ ୩୦ ହଜାର ଟେଷ୍ଟ କରାଗଲାଣି।
ଅଧିକ ଟେଷ୍ଟ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ଟେଷ୍ଟିଂ ତୁଳନାରେ ସଂକ୍ରମଣ ହାର କମ ରହୁଛି । ଟେଷ୍ଟିଂ ପ୍ରକ୍ରିୟାରେ ଓଡିଶା ୫ ନମ୍ବରରେ ରହିଥିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଥିଲା । ରାଜ୍ୟରେ ପ୍ରତି ୧୦ ଲକ୍ଷରେ ୮୬୭ ଜଣଙ୍କର ଟେଷ୍ଟ କରାଯାଉଥିବା ନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି ।
ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୪୭୮୮୭ କରୋନା ନମୁନା ପରୀକ୍ଷା
Tags #AtrNews #Odisha