ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉଦଘାଟିତ ହୋଇଯାଇଛି ବିମଷ୍ଟେକ ରାଷ୍ଟ୍ର ସମୁହର ମକ ଡ୍ରିଲ । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେୟାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ବିମଷ୍ଟେକ ରାଷ୍ଟ୍ର ସମୁହର ମକ ଡ୍ରିଲ ଏକସରସାଇଜରେ ଭାରତ ସମେତ ବାଂଳାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଲ ଓ ଭୁଟାନର ପ୍ରତିନିଧି ସମୁହ ଯୋଗଦାନ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ନେଇ ଅଭ୍ୟାସ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବିମଷ୍ଟେକର ବିଷୟ ବିଶ୍ୱ ଐତିହ୍ୟ ସ୍ଥଳରେ ସୁରକ୍ଷାକୁ ରଖାଯାଇଛି ।
ଆଜି ଭୁବନେଶ୍ୱର ମେ ଫେୟାର ହୋଟେଲରେ ଏକ ଏକ୍ସରସାଇଜ ହୋଇଛି । ତେବେ ଆସନ୍ତା ଆସନ୍ତା ଦୁଇ ଦିନ ପୁରୀ ରାମଚଣ୍ଡୀରେ ଏକ୍ସରସାଇଜ ହେବ । ରାଜ୍ୟ ସରକାରଙ୍କ ଗତବର୍ଷ ହୋଇଥିବା ଫନି ବାତ୍ୟାରେ ଭଲ ଅଭିଜ୍ଞତା ଥିବାରୁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ମକଡ୍ରିଲ କରାଯାଇଛି । ଏନଡିଆରଏଫ ଡିଜି କହିଛନ୍ତି, ବିପର୍ଯ୍ୟୟ ସମୟରେ ଐତିହ ସ୍ଥାନ ଗୁହିକର କିଭଳି ଅଧିକ ସୁରକ୍ଷା କରାଯିବ ସେନେଇ ବିମଷ୍ଟେକରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ବିପର୍ଯ୍ୟୟ ସମୟରେ ବିଶ୍ୱ ଐତିହ ଓ ପ୍ରତ୍ନତାତ୍ୱିକ ଗୁରୁତ୍ୱ ଥିବା ସ୍ଥଳଗୁଡିକର ସୁରକ୍ଷା ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଥାଏ । ତେଣୁ ଏହାର ସୁରକ୍ଷା ନିମନ୍ତେ ସୁ ରାଷ୍ଟ୍ର ଆଗେଇ ଆସନ୍ତୁ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ତେବେ ଏଥିପାଇଁ ଓଡିଶାରେ ରଆଜିଠାରୁ ଦୁଇ ଦିନ ପାଇଁ ବିମଷ୍ଟେକ ରାଷ୍ଟ୍ର ସମୁହର ମକଡ୍ରିିଲ ହେବ ।