ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ପ୍ରଥମ ପର୍ଯ୍ୟୟ ଲକ ଡାଉନ ଶେଷ ହେଉଛି । ଦ୍ୱିୀୟ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହେଉଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଜରୁରୀସେବା ସମେତ ଆଉ କିଛି ବିଭାଗକୁ ସାମିଲ କରିଛନ୍ତି । ଯାହାକୁ ଲକ ଡାଉନରୁ ବାଦ ଦିଆଯାଇଥିବା ବେଳେ ଆଉ କିଛିକୁ ସର୍ତ୍ତମୂଳକ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ।
ଦ୍ୱିତୀୟ ପର୍ଯ୍ୟାୟରେ ଚାଷ କାର୍ଯ୍ୟ ଓ ଚାଷ ସହିତ ଜଡିତ କାର୍ଯ୍ୟକୁ କଟକଣା ମୁକ୍ତ କରାଯାଇଛି । ସେହିଭଳି ଅନ୍ୟାନ୍ୟ ଗୁଡିକ ହେଲା କେନ୍ଦୁ ପତ୍ର ତୋଳିବା ଠାରୁ ବିିକିବା ପର୍ଯ୍ୟନ୍ତ, ମନେରଗା କାର୍ଯ୍ୟ, ସ୍ୱଚ୍ଛ ଭାରତ କାର୍ଯ୍ୟ ଯଥା ପାଇଖାନା ନିର୍ମାଣ ଆଦି, ସେହିଭଳି ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟ, ସେହିଭଳି ଖରିପ ଋଣ ପାଇଁ ବ୍ୟାଙ୍କ ଖୋଲା ରହିବ, ରାସାୟନିକ ସାରା ଏବଂ ଶୀତଳ ଭଣ୍ଡାର ଖୋଲା ରହିବ, ସେହିଭଳି ରାଜପଥରେ ଢାବା ଖୋଲା ରହିବ ହେଲେ ସେଠି ବସି ଖାଇ ପାରିବେ ନାହିଁ ଗ୍ରାହକ ।
ଇ-କମର୍ସ, ଅନଲାଇନ ପ୍ଲାଟଫର୍ମରେ ଲୋକଙ୍କୁ ସେବା ମିଳିବ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମାତ୍ର ରାଜଧାନୀରେ କଟକଣାରେ କୋହଳ କରାଯିବ ନାହିଁ । ଯେହେତୁ ରାଜଧାନୀରେ ଅଧିକ ସଂକ୍ର୍ରମିତ ତେଣୁ ରାଜଧାନୀରେ ପୂର୍ବଭଳି ସମସ୍ତ କଟକଣା ଜାରି ରହିବ ।