ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିବାହ ଏମିତି ଏକ ଶବ୍ଦ ଯାହା ଗୋଟିଏ ସୂତାରେ ବାନ୍ଧିଥାଏ ଦୁଇଟି ହୃଦୟ । ତେବେ ଏହି ବିବାହ ପରେ ଅନେକ ସମୟରେ ଦେଖିବାକୁ ମିଳେ ଉପଯୁକ୍ତ ବୁଝାମଣା ଅଭାବରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ । ଫଳରେ ଝଗଡା ହୋଇଥାଏ ।
ତେବେ ଆଜି ଆସନ୍ତୁ ଜାଣିବା କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ ଦେଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ ହୋଇଥାଏ ।
ଆଇ ଲଭ ୟୁ- ଏହା ଏକ ଶବ୍ଦ ହୋଇଥାଏ । ମାତ୍ର ଏହା ଅନେକ ସମୟରେ ଅବୁଝା ମଣିଷକୁ ବାଧ୍ୟ କରିଦିଏ ବୁଝିବାକୁ । ତେଣୁ ଆପଣ ଭାବୁଥିବେ କେବଳ ଅବିବାହିତ ପ୍ରେମିକ ପ୍ରେମିକାଙ୍କ ପାଇଁ ଏହି ଶବ୍ଦଟି ବେଶି ପ୍ରଜୁର୍ଯ୍ୟ । ମାତ୍ର ଏହା ଭୁଲ । ବିବାହ ପରେ ମଧ୍ୟ ଏହାର ପ୍ରାଧାନ୍ୟତା ଅଛି । ବିବାହପରେ ବାନ୍ଧବୀଙ୍କୁ ବାରମ୍ବାର ଏହା କହିବାକୁ ଭୁଲନ୍ତୁ ନାହିଁ । ଏମିତି ବାରମ୍ବାର କହିବା ଫଳରେ ଆପଣଙ୍କ ପତ୍ନୀଙ୍କର ଆପଣଙ୍କ ପ୍ରତି ଭଲ ପାଇବା ଦ୍ୱିଗୁଣିତ ହୁଏ ।
ପ୍ରଶଂସା- ପତ୍ନୀଙ୍କ ପ୍ରଶଂସା କରିବାକୁ କେବେ ହେଲେ ଭଉଲନ୍ତୁ ନାହିଁ । କାରଣ ପ୍ରତ୍ୟକ ମହିଳା ଭଲ ପାଉଥିବା ମଣିଷ ଠାରୁ ନିଜର ପ୍ରଶଂସା ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି । ପ୍ରଶଂସା କରିବା ଫଳରେ ସମ୍ପର୍କରେ ମଧୁରତା ଆସେ ।
ଉପହାର – ପତ୍ନୀଙ୍କୁ କେବେହେଲେ ଉପହାର ଦେବାକୁ ଭୁଲନ୍ତୁ ନାହିଁ । ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ଉପହାର ଏକାନ୍ତ କାମ୍ୟ । ତାଙ୍କ ମନ ପସନ୍ଦର ଜିନିଷ ତାଙ୍କୁ ଉପହାର ଦେଲେ ସେ ଅଧିକ ଖୁସୀ ହୋଇଥାନ୍ତି । ସେହିଭଳି ପତ୍ନୀ ମଧ୍ୟ ପତିଙ୍କୁ ଉପହାର ଦେବା ଆବଶ୍ୟକ । କାରଣ ପୁରୁଷମାନେ ସାଧାରଣତ ଅଧିକ ବ୍ୟସ୍ତ ରହୁଥିବାରୁ ସେ ନିଜ ପସନ୍ଦର ଜିନିଷ ଅନେକ ସମୟରେ କିଣି ପାରିନଥାନ୍ତି । ତେଣୁ ପରସ୍ପରକୁ ଉପହାର ଦିଅନ୍ତୁ । ଯାହା ଦୁଇ ମନକୁ ଯୋଡି ରଖିବ ।