ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ଭୟଙ୍କର ରୂପ ନେଉଛି । ଆଜି ପୁଣି ରାଜ୍ୟରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ଓ ସମସ୍ତେ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି । ମୃତକଙ୍କ ମ୍ୟରେ ଜଣେ ୫୬ ବର୍ଷିୟ ପୁରୁଷ ଅଛନ୍ତି । ସେ ଡାଇବେଟିସ ରୋଗରେ ମଧ୍ୟ ପିଡୀତ ଥିଲେ । ସେହିପରି ୫୦ ବର୍ଷିୟ ଜଣେ ପୁରୁଷ । ଅନ୍ୟ ଜଣେ ହେଉଛନ୍ତି ୬୫ ବର୍ଷିୟ ପୁରୁଷ । ସେ ମଧ୍ୟ ଡାଇବେଟିସ ରୋଗରେ ପୀଡିତ ଥିଲେ । ସମସ୍ତେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।
Regret to inform the demise of three Covid positive cases while under treatment in hospitals.
1. A 56-year old Male of Ganjam district who was also suffering from Diabetes.
2. A 50-year old Male of Ganjam district.
— H & FW Dept Odisha (@HFWOdisha) July 12, 2020
ତେବେ ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ୩୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ଆଜି ୫୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧କୁ ବୃଦ୍ଧି ପାଇଛି । ତେବେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାର ୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୭୭ଟି ସକ୍ରିୟ କେସ୍ ରହିଛି ।
3. A 65-year old Male of Ganjam district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 12, 2020