ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ପ୍ରକୋପ ଥମିବାର ନାଁ ଧରୁନି । ଖାସ୍ କରି ଲଗାତର ଭାବେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଯାହା ଏବେ ରାଜ୍ୟ ସରକାରଙ୍କ ଚିନ୍ତାଙ୍କୁ ଆହୁରି ବଢାଇ ଦେଇଛି । ସେଥିପାଇଁ ଏହି ଭାଇରସକୁ ମୁକାବିଲା କରିବା ଲାଗି ସରକାର ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।
ସେହି ତିନି ଜଣ ସଚିବଙ୍କ ମଧ୍ୟରେ ରହିଛନ୍ତି ଏସ୍.କେ.ଲୋହାନି ତାଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ସେହିପରି ବାଲେଶ୍ୱର ଦାୟିତ୍ୱରେ ଏସ୍.କେଶିଷ୍ଠ ଏବଂ ଯାଜପୁର ଜିଲ୍ଲା ପାଇଁ ପି.କେ ମେହେର୍ଦ୍ଦା । ଏମାନେ ସେମାନଙ୍କର ଜିଲ୍ଲା ଗସ୍ତ କରି କରୋନା ଭାଇରସର ତଦାରଖ କରିବା ସହ ଜିଲ୍ଲା ପ୍ରଶାସନକୁ ସହାତା କରିବେ ।
ଖବରମୁତାବକ, ଲଗାତର ଭାବେ ଏହି କିଛି ଦିନ ହେବ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତତ୍ପର ହୋଇପଡିଛନ୍ତି ।