ବାଙ୍ଗାଲୋର ( ଏଟିଆର ବ୍ୟୁରୋ): ଏବେ ବିଶ୍ୱକୁ କଲବଲ କରୁଛି କରୋନା । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏହି ଭିତରୁ ଏବେ ବାଙ୍ଗାଲୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ବାଙ୍ଗାଲୋରରେ ଏବେ ୩ ହଜାର ୩୩୮ କରୋନା ରୋଗୀଙ୍କର ପତ୍ତା ପାଉନି ପ୍ରଶାସନ ।
ଏବେ ବାଙ୍ଗଲୋର ସ୍ୱାସ୍ଥ୍ୟ ଅଧିକାରୀ ମାନେ କହିଛନ୍ତି ୩ ହଜାର ୩ ୩୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଉନାହିଁ ପ୍ରଶାସନ । ସେମାନଙ୍କୁ ଖୋଜିବା ପାଇଁ ଏବେ ଅନୁସନ୍ଧାନ ଜାରି ରହିଛି । ମିଳିଥିବା ସୂଚନ ଅନୁସାରେ ଅନେକ ସମୟରେ କେତେକ ଲୋକ ଏବେ ଭୁଲ ନମ୍ବର ସହିତ ଭୁଲ ଆଡ୍ରେସ ମଧ୍ୟ ଦେଉଛନ୍ତି ଯାହା ଫଳରେ ପ୍ରଶାସନ ପାଖରେ ତଥ୍ୟ ଠିକ ରହୁନାହିଁ ।
ଯାହାଫଳରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ପ୍ରଶାସନ ଠାବ କରି ପାରୁନାହିଁ । କିଛି ଲୋକ ଜାଣଜାଣି ନମୂନା ନିଆଯିବା ବେଳେ ହେଉଥିବା ଫର୍ମ ପୂରଣ ବେଳେ ଭୂଲ ନମ୍ବର ଓ ଭୁଲ ତଥ୍ୟ ଦେଉଛନ୍ତି ।