ପୁରୀ(ଏଟିଆର ବ୍ୟୁରୋ): ପୁରୀରେ ଦ୍ରୁତ ଗତିରେ ବଢିଚାଲିଛି କରୋନାଆକ୍ରାନ୍ତଙ୍କ ସଂଖ୍ୟା । ପୁରୀ ଜିଲ୍ଲାରୁ ୫୩ ଜଣଙ୍କର ଟେଷ୍ଟ କରାଯାଇଥିବାବେଳେ ସେଥିମଧ୍ୟରୁ ୨୩ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୁରଟରୁ ବାପା ମାଆଙ୍କ ସହ ଆସିଥିବା ୧୩ ବର୍ଷୀୟ ନାବାଳିକାର କରୋନା ରିପୋର୍ଟ ପଜିଟିଭ ଆସିଛି । ଆଣ୍ଟିଜେନଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛ । କିନ୍ତୁ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ମିଳିଛି । ତେବେ ଆକ୍ରାନ୍ତ ହୋଇଥିବା ନାବାଳିକା ଆଜି ପୁଣି ଆରଟିପିସିଆର ଟେଷ୍ଟ କରାଯିବ ବୋଲି କୁହାଯାଇଛି ।
ଏହାସହ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ୩ କର୍ମଚାରୀ ଓ ଜୋତା ଷ୍ଟାଣ୍ଡର ୮ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଜଗନ୍ନାଥ ଟେମ୍ପଲ ପୁଲିସ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଏହା ବ୍ୟତୀତ ପଚରୀ ଷ୍ଟେସନରୁ ୧୩ ବର୍ଷୀୟ ନାବାଳିକା ପର୍ଯ୍ୟଟକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ରାଜ୍ୟରେ ୧୭୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁରୀରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି ।