ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ସଂଙ୍ଗୀନ ହେବାକୁ ଲାଗିଛି । ଏବେ ଖୋର୍ଦ୍ଧ ଜିଲ୍ଲାର ସ୍ଥିତି ସଂଙ୍ଗୀନ ଥିବା ବେଳେ ରାଜଧାନୀରେ ଦିନକୁ ଦିନ ବେଶୀ ବେଶୀ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୩୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୨୪୪ଜଣ ସ୍ଥାନୀୟ ସଂକ୍ରମିତ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 15th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/SGhRZtsNt2— BMC (@bmcbbsr) September 15, 2020
ଦିନକୁ ଦିନ ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ମୋଟ ୧୬୯୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୫୬୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୨୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୪ ଜଣଙ୍କର ମୃତ୍ୟୁ ହୋଇଛି ।