ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ବିଏମସି ପାଇଁ ବଡ ସରକାରଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଆଜି ଦିନକରେ ଭୁବନେଶ୍ୱରରୁ ୩୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତା ସୃଷ୍ଟି କରିଛି । ଆଜି ରାଜ୍ୟରୁ ମୋଟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୫୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 13th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/hJlsrzOnfq— BMC (@bmcbbsr) September 13, 2020
ତେବେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ମୋଟ ୫୫୬ଜଣଙ୍କ ମଧ୍ୟରୁ ୩୯୫ଜଣ ଭୁବନେଶ୍ୱରର ଅଟନ୍ତି । ଯେଉଥିରୁ ୧୧୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୨୭୯ଜଣ ଲୋକାଲ ସଂକ୍ରମିତ ଅଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ବିଏମସି ଅଞ୍ଚଳରୁ ଆଜି ସୁଦ୍ଧା ୧୬୨୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୨ଜଣଙ୍କର ମୁତ୍ୟୃ ଘଟିଥିବା ବେଳେ ୧୧୪୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪୭୩୫ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି ।