ଯାଜପୁର (ଏଟିଆର ବ୍ୟୁରୋ): ଗତକାଲି ଯାଜପୁର ଜିଲ୍ଲାରୁ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଆଜି ଯାଜପୁରର ୩ ଜଣ ଡାକ୍ତର ଏବଂ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।
ଜିଲ୍ଲାପାଳଙ୍କ କହିବାନୁଯାୟୀ, ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ରୋଗୀ ହସ୍ପିଟାଲକୁ ଯାଇଥିଲେ । ସେଠାରେ ସେ କିଛି ଡାକ୍ତର ଏବଂ ନର୍ସଙ୍କ ସଂଶ୍ପର୍ଷରେ ଆସିଥିବା ନେଇ ଜଣାପଡିବା ପରେ ସେମାନଙ୍କ ମଧ୍ୟରୁ ୩ ଜଣ ଡାକ୍ତର ଏବଂ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ସେମାନେ ସମସ୍ତେ ଯାଜପୁର କୋଭିଡ କେୟାର ହସ୍ପିଟାଲରେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି । କେବଳ ତାଙ୍କୁ କ୍ୱାରେଣ୍ଟାଇନ୍ ରେରଖାଯାଇଛି ତାହା ନୁହେଁ ବରଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ବି ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ କୁହାଯାଇଛି ।