ବରଗଡ (ଏଟିଆର ବ୍ୟୁରୋ); ଚଳଚଞ୍ଚଳ ହୋଇ ଉଠିଛି ବରଗଡ । ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ମଥୁରା ନଗରୀ । ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ବରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ବିତୀୟ ଦିବସର ଘଟଣାବଳୀ।ଆଜି ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ପୁତନା ରାକ୍ଷାସଙ୍କୁ ଗୋପପୁର ପ୍ରେରଣ କରାଯିବ ।
ନଗର ଭ୍ରମଣରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ କରିଥିଲେ ମହାରାଜ କଂସ । ରାଜ ଦରବାରକୁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଉପସ୍ଥିତ ରହିଥିଲେ । ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁପୁତ୍ରଙ୍କୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଛି । ଏହା ପରେ କଂସଙ୍କ ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି । ଏହା ସହ ଯଶୋଦାଙ୍କ କୂଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବିଜୁଳି କନ୍ୟାଙ୍କ ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାସୁଦେବ ।