ପୁରୀ (ଏଟିଆର ବ୍ୟୁରୋ); ଶ୍ରୀମନ୍ଦିର ଭିତରେ ସେଲଫି ଉଠାଇ ୪ଜଣ ଯବାନ ଜରିମାନା ଦେଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହଜାରେ ଟଙ୍କା ଲେଖାଏଁ ଜୋରିମାନା ଗଣିଛନ୍ତି ଆଇଆରବିର ୪ ଜଣ ଯବାନ । ମିଳିଥିବା ସୂଚନା ମୁତାବକ ନୂଆବର୍ଷରେ ମନ୍ଦିର ପରିସର ଗହଳି ହୋଇଥିବା ବେଳେ ଯବାନମାନେ ସେଠାରେ ଡ୍ୟୁଟିରେ ଥିଲେ । ତେବେ ଏମାନେ ଗହଳି ସମୟରେ ମନ୍ଦିର ଭିତର ସେଲଫି ନେଇଥିଲେ । ଯାହାକି ମନ୍ଦିର ପ୍ରଶାସନ ଅଧିକାରୀଙ୍କ ନଜରକୁ ଆସିଥିଲା । ଫଳରେ ମନ୍ଦିର ପ୍ରଶାସନ ସେମାନଙ୍କୁ ଜରିମାନା ପକାଇଛି । ଜଣକା ହଜାରେ ଟଙ୍କା ଲେଖାଏଁ ଜୋରିମାନା ଜାରି କରିଥିଲା ।
ଗୋଟିଏ ପରେ ଗୋଟିଏ ଅଘଟଣ ପାଇଁ ଦୀର୍ଘ କିଛି ଦିନ ହେବ ମନ୍ଦିର ଚର୍ଚ୍ଚାରେ ରହି ଆସିଛି । ନିକଟରେ ଠାକୁରଙ୍କ ନୀତିକାନ୍ତି ବିଳମ୍ବ ହୋଇଥିବା ବେଳେ ପରଦିନ ପୋଲିସ ବାବୁଙ୍କ ନାବାଳିକାକୁ ଅସଦାଚରଣ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ମନ୍ଦିର ଭିତରେ ଘଟୁଥିବା ଅଘଟଣ ପାଇଁ ଦାୟୀ କିଏ ? ପୋଲିସ ବାବୁ ମାନେ ସବୁବେଳେ ଗୋଟିଏ ପରେ ଗୋଟିଏ ଭୁଲ କରିବସୁଛନ୍ତି । ଯେଉଁ କାରଣରୁ ବିଶ୍ୱ ଦରବାରରେ ଓଡିଶାର ନାଁ ଖରାପ ହେଉଛି । କେବେ ତେତିବେ ଏମାନେ ? ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।