ଭୁବନେଶ୍ୱର (ଏଟିଆର ବ୍ୟୁରୋ ): ରାଜ୍ୟରେ ପଞ୍ଚମ କରୋନା ଚିହ୍ନଟ ହେବା ପରେ ରାଜ୍ୟରେ ଏବେ କରୋନା ମହାମାରୀ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଏକ ପ୍ରକାର କର୍ଫ୍ୟୁ ଜାରି କରାଯିବ ।
ପଞ୍ଚମ କରୋନା ବିଦେଶ ଯାଇ ନାହାନ୍ତି କି ରାଜ୍ୟ ବାହାରକୁ ମଧ୍ୟ ଯାଇ ନାହାନ୍ତି । ହେଲେ ସେ ଏବେ ସଂକ୍ରମଣର ଶିକାର ହୋଇଛନ୍ତି । ଏହାର ଅର୍ଥ ଏବେ ଗୋଷ୍ଠି ସଂକ୍ରମଣ କୁ ଗତି କରିଛି କରୋନା। ଯେହେତୁ ପଞ୍ଚମ କରୋନା କେଉଁଠୁ ସଂକ୍ରମିତ ହୋଇଛନ୍ତି ତା ସ୍ପଷ୍ଟ ହୋଇ ପାରିନି ତେଣୁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ବା କଟକଣା ଓଡିଶା ପାଇଁ ବହୁତ ଗୁରୁତ୍ୱ ବହନ କରୁଛି। ଏହି ସମୟରେ ହୁଏତ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ପାରନ୍ତି କରୋନା ଚେନରେ ରୋକ ଲଗାଇବା ପାଇଁ ।
ଆଜି ରାତି ୮ ଟାରୁ ରବିବାର ରାତି ୮ ପର୍ଯ୍ୟନ୍ତ ସଟ ଡାଉନ ରହିବ ଏହି ଦୁଇ ସହର । ତେବେ ଏହି ସମୟରେ କେଉଁ ସବୁ ଜରୁରୀ ସେବା ଚାଲୁ ରହିବ ତା ଆଜି ସନ୍ଧ୍ୟା ମଧ୍ୟରେ ସ୍ପଷ୍ଟ କରିବେ ରାଜ୍ୟ ସରକାର ।