ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ରାଜ୍ୟରେ ୬ ଟି ଲୋକସଭା ସମେତ ୪୨ ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହି ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ଦଳର ପ୍ରମୁଖ ହେବିୱେଟ ନେତାଙ୍କର ଭାଗ୍ୟ ପରୀକ୍ଷାର ଦିନ ରହିଛି । ଏଥର ଦାମ ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ପରି ବରିଷ୍ଠ ରାଜନେତା ମୈଦାନରେ ରହିଛନ୍ତି । ଯେଉଁ ସବୁ ନେତାଙ୍କ ଉପରେ ରହିଛି ପୁରା ରାଜ୍ୟ ରାଜନୀତିର ନଜର । କ’ଣ ହେବ ସେମାନଙ୍କ ରାଜନୈତିକ ପୃଷ୍ଠା ତାକୁ ନେଇ ଚାଲିଛି ଭୋଟରଙ୍କ ଭିତରେ ଅଙ୍କକଷା । କେନ୍ଦ୍ରପଡାରେ ବିଜେପି ଓ ବିଜେଡି ସଂମ୍ମାନର ପାଇଁ ଲଢେଇ ଲଢୁଥିବା ବେଳେ ।
ବାଲେଶ୍ୱର ଲୋକସଭା ଆସନରେ ପ୍ରତାପ ଷଡଙ୍ଗୀ, ନବଜ୍ୟୋତି ପଟ୍ଟନାୟକ ଓ ରବିନ୍ଦ୍ର ଜେନାଙ୍କ ପରି ଟାଣୁଆ ନେତା କରୁଛନ୍ତି ଲଢେଇ । ସେହିଭଳି କେନ୍ଦ୍ରାପଡାରେ ଅନୁଭବ ମହାନ୍ତି ଓ ବୈଜୟନ୍ତ ପଣ୍ଡାଙ୍କ ପରି ହେବିୱେଟ ନେତା କାଲି ଗଣତନ୍ତ୍ରର ଏହି ମହାପର୍ବରେ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ଯଦି ବିଧାନସଭା କ୍ଷେତ୍ରକୁ ଦେଖିବା କେନ୍ଦ୍ରାପଡାରେ ପୂର୍ବତନ ବାଚଷ୍ପତି ଶଶିଭୂଷଣ ବେହେରା, ଆଳିରୁ ପ୍ରତାପ ଦେବ, ମାହାଙ୍ଗାରୁ ପ୍ରତାପ ଜେନା, ଭଣ୍ଡାରି ପୋଖରିରୁ ନିରଞ୍ଜନ ପଟ୍ଟନାୟକ, ଜଗତସିଂହପୁରରୁ ଚିରଞ୍ଜିବ ବିଶ୍ୱାଳ, ତିର୍ତୋଲରୁ ବିଷ୍ଣୁ ଦାସ, ବାଲିକୁଦା ଏରସମାରୁ ଦାମୋଦର ରାଉତ, ଯାଜପୁରରୁ ପ୍ରଣବ ପ୍ରକାଶ ଦାସଙ୍କ ପରି ହେବିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ସେହିଭଳି ଚଳିତ ଥର ଗରୁତ୍ୱପୂର୍ଣ୍ଣ ଆସନକୁ ଯଦି ନଜର ପକାଇବା ଏଥର କେନ୍ଦ୍ରପଡା ଲୋକସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏଠି ପ୍ରଥମ ଥର ପାଇଁ ବିଜେଡି ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି ବୈଜୟନ୍ତ ପଣ୍ଡା । ସେହିଭଳି ବାଲିକୁଦା ଏରସମା ବିଧାନସଭା ଆସନ ଉପରେ ମଧ୍ୟ ଚର୍ଚ୍ଚାରେ ରହିଛି । ଏଠାରେ ବିହେଜଡିରୁ ଆସି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ନିର୍ବାଚନ ଳଢୁଥିବାରୁ ସାରା ରାଜ୍ୟର ନଜର ଏହି ଆସନ ଉପରେ ରହିଛି ।