ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୫ଟି ଜିଲ୍ଲାରେ କୋଭିଡ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ, ନବରଙ୍ଗପୁର, ଜଗତସିଂହପୁର, ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରେ ଏହି ହସ୍ପିଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟରେ ପୂର୍ବରୁ ୨୨ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇଥିଲା । ଏହି ୫ଟି ହସ୍ପିଟାଲକୁ ମିଶାଇ ମୋଟ ୨୭ଟି କୋଭିଡ ହସ୍ପିଟାଲ ରାଜ୍ୟରେ ସ୍ଥାପିତ କରାଯାଇଛି । ତେବେ ରାଜ୍ୟରେ ମୋଟ ୩୫ଟି କୋଭିଡ ହସ୍ପିଟାଲ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେକ୍ରମେ ଅତି ଶିଘ୍ର ବାକିଥିବା ହସ୍ପିଟାଲ ନିର୍ମାଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ଉଦଘାଟନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫-ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସାତ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଲେ ଜଣଙ୍କର ମୃତ୍ୟୁ ଘଟିଛି ।