ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନିଜ ପଞ୍ଝାରେ ନିଜେ ଫସିଲା ପୋଲିସ । ୮ ଦିନ ହେଲା ନୂଆ ଟ୍ରାଫିକ ନିୟମକୁ ନେଇ ସାଧାରଣ ଲୋକ ଥିଲେ ଆଶଙ୍କାରେ । ଘରୁ ଗୋଡ କାଢିବାକୁ ବି ଡରୁଛନ୍ତି । ମନରେ ଭୟ ରହିଛି କାଳେ କୋଉଠି ମାଡି ବସିବ ପୋଲିସ । ଆଉ କାଟି ଦବ ହଜାର ହଜାର ଟଙ୍କାର ଫାଇନ । ତେବେ ସାଧାରଣ ଲୋକଙ୍କ ମନରେ ସପ୍ତାହେ ହେଲା ସଞ୍ଚିତ ହୋଇ ରହିଥିବା ରାଗ ଆଜି ଉଗ୍ର ରୂପ ନେଇଛି ।
ରାଜ ମହଲ ଛକରେ ପୋଲିସ ଗାଡିର ଯାଞ୍ଚ କରିଛନ୍ତି ସାଧାରଣ ଲୋକେ । ଲୋକଙ୍କ ଗାଡି ଯାଞ୍ଚ କରୁଥିବା ପୋଲିସ ଗାଡିର ଇନସୁରାନ୍ସ ଓ କାଗଜ ପତ୍ର ଦେଖିବାକୁ ଚେଷ୍ଟା କରିବାରୁ ହୋଇଛି ଲଙ୍କାକାଣ୍ଡ । ପୁରା ଘଟଣା ଥିଲା ଏମିତି ପ୍ରତିଦିନ ଭଳି ଆଜି ଭୁବନେଶ୍ୱର ସାରା ଚାଲିଥିଲା ଚେକିଂ ଗତ କିଛି ଦିନ ହେଲା ପୋଲିସର ମାତ୍ରାଧିକ ଫାଇନକୁ ନେଇ ଆଜି ଲୋକ ତାତି ଥିଲେ ।
ପୋଲିସ ଗାଡିର କାଗଜ ପତ୍ର ମାଗିଥିଲେ ଉତ୍ୟକ୍ତ ଲୋକେ । ଏଥିପାଇଁ ଏକ ପୋଲିସ ଗାଡିକୁ ଅଟକାଇଥିଲେ ଲୋକେ । ଉକ୍ତ ଗାଡିର ଇନସୁରାନ୍ସ ଓ ଗାଡି କାଗଜପତ୍ର , ଡ୍ରାଇଭିଙ୍ଗ ଲାଇସେନ୍ସ ଦେଖାଇ ପାରି ନଥିଲେ । ଯାହାକୁ ନେଇ ସାଧାରଣ ଲୋକେ ପେଲା ଠେଲା କରିଥିଲେ । ଘଟଣା ସ୍ଥଳରେ ତ୍ତେଜନା ଅଧିକ ହେବାରୁ ପୋଲିସ ଲାଠି ଚାର୍ଜ କରିଛି ।