ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ ଏବେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ଏହା ସହ ଦ୍ୱିତୀୟ ସଂକ୍ରମଣ ଅତି କ୍ଷିପ୍ରଗତିରେ ମାଡିଚାଲିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୧.୬୮ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସୁପ୍ରିମ କୋର୍ଟର ୫୦%କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହା ଜାଣିବା ପରେ ଅଦାଲତରେ ଆତଙ୍କ ଖେଳିଯାଇଛି ।
ସୁପ୍ରିମକୋର୍ଟରେ କରୋନା ପଜିଟିଭ ଚିହ୍ନଟ ଜାଣିବା ପରେ କୋର୍ଟ ପରିସରକୁ ସାନିଟାଇଜ କରାଯାଇଛି । ଏହାସହ କୋର୍ଟର ସାଧାରଣ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଏହା ମଧ୍ୟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ନିଜ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ସମାଧାନ କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି ।