ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଏବେ ଏକ ପରିଣତି ପରିସ୍ଥିତିରେ ପହଞ୍ଚିସାରିଛି । ତଥାପି ଆଜି ମଧ୍ୟ ସହରର ବିଭିନ୍ନ ମେଡ଼ିକାଲରେ ରକ୍ତର ଘୋର ଅଭାବ ଦେଖା ଦେଉଛି । ଏହି ଅଭାବକୁ କିଛି ମାତ୍ରାରେ କମାଇବାକୁ “ଓଡ଼ିଶା ମୋ ପରିବାରର ଜୀବନବିନ୍ଦୁ” ତତ୍ୱାବଧାନରେ ଜୟ ଓଡ଼ିଶା ଆଜି ଏକ ରକ୍ତଦାନ ଶିବିର ଆୟେ।।ଜିତ କରିଥିଲା ।
କରୋନାର ସମସ୍ତ କଟକଣାକୁ ନଜରରେ ରଖି ଶିବିରଟି ସୁଚାରୁ ରୁପେ ସମ୍ପନ୍ନ ହୋଇଛି । ହେଲେ ଅନ୍ୟ ସବୁ ରକ୍ତଦାନ ଶିବିର ଠାରୁ ଏହାଥିଲା ଟିକେ ଭିନ୍ନ । ଏହି ଶିବିରଟି ବିଶେଷ କରି ମହିଳାଦାତାଙ୍କ ପାଇଁ ହୋଇଥିଲା । ପ୍ରଥମ ଥର ଲାଗି ସହରର ଭିନ୍ନ ଭିନ୍ନ ସ୍ଥାନରୁ ୫୦ ଜଣ ମହିଳା ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ । ଫଳରେ ଏହା ସମାଜକୁ ଏକ ସକାରାତ୍ମକ ବାର୍ତ୍ତ। ଦେଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ର ପରିଚାଳକ ଶ୍ରୀଯୁକ୍ତ ,ଅରୂପ ପଟନାୟକ, ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ଜୟ ଓଡ଼ିଶାର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଓ ଅନେକ କର୍ମକତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିମ କୁ ସମ୍ପାଦିତ କରିଥିଲେ ।ଏହା ବ୍ୟତୀତ ରୋଗୀଙ୍କୁ ଠିକ ସମୟରେ ରକ୍ତ ଯୋଗାଉଥିବା କ୍ୟାପିଟାଲ ହସ୍ପିଟାଲ , “ବ୍ଲଡ଼ ବ୍ୟାଙ୍କ” ବିଭାଗକୁ ସମ୍ମାନିତ କରାଯାଇଛି ।
ଆଜିର ନାରୀ କୈାଣସି କାମରେ ପୁରୁଷଙ୍କ ଠାରୁ କମ୍ ନୁହେଁ ଏବଂ ଆବଶ୍ୟକ ପଡ଼ିଲେ କାହା ଜୀବନ ବି ବଞ୍ଚେଇ ପାରିବେ । ଏହା ସହିତ ଆଗକୁ ମହିଳା ଦାତାଙ୍କ ସଂଖ୍ୟା ମଧ୍ୟ ନିଶ୍ଚୟ ବଢିବ ବୋଲି ଦୃଢ ସ୍ୱରରେ କହିଛନ୍ତି ।