କଟକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହାରୁ ଭିତରେ କଟକରେ ଥିବା ରାଜ୍ୟର ଏକମାତ୍ରା କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣ ରୋଗୀ ଥିବା ବେଳେ ୩୬ ଜଣ ସମ୍ପର୍କୀୟ ବୋଲି ଜଣାପଡିଛି । ଅନ୍ୟପଟେ ଏସସିବି ମେଡିକାଲରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏନେଇ କଟକ ଜିଲ୍ଲା ପ୍ରଶାସନଙ୍କ ନିକଟରୁ ସୂଚନା ମିଳିଛି । ସୂଚନାଯୋଗ୍ୟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ହଜାର ୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାର ୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୧୦୯ ଜଣ ଏବେବି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସେହିଭଲି ୨୭ ଜଣଙ୍କର ମୃତ୍ୟୁ ହୋଇଛି ।