ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ 5T ସଚିବ ଭି. କେ. ପାଣ୍ଡିଆନ ଅଚାନକ ଗସ୍ତ କରିଛନ୍ତି । ଏହି ଗସ୍ତରେ ସଚିବ ବିଶ୍ୱବିଦ୍ୟାଳୟର ପରିଷର ବୁଲିବା ସହ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ଏହା ବ୍ୟତିତ ସେ ବେସିକ ସାଇନ୍ସ କଲେଜ ଓ ବନ ମହାବିଦ୍ୟାଳୟ ମଧ୍ୟ ବୁଲି ଦେଖିଛନ୍ତି । ସଚିବ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ ବଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ସହ 5T ସଚିବ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ବି ପରାମର୍ଶ ଦେଇଥିଲେ । ସଚିବଙ୍କର ଏହି ଗସ୍ତ ସମୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଓ ବେସିକ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଭି. କେ. ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସୁବିଧାଅସୁବିଧା ପଚାରି ବୁଝିଥିଲେ ।