ଭୁବନେଶ୍ୱର(ଏଟିଆର ବ୍ୟୁରୋ):୨୦୦୮ ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ଘଟଣାରେ ପୋଲିସ ୧୩ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅପରାଧୀ ଜଣଙ୍କ ହେଇଛନ୍ତି ବିକ୍ରମ ଆଦିତ୍ୟ ଜେନା । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୈାମେନ୍ଦ୍ର ପ୍ରିୟଦର୍ଶୀ ସୁଚନା ଦେଇଛନ୍ତି ।
ବିକ୍ରମାଦିତ୍ୟ ଫେରାର ହୋଇ ପୁନେରେ ରହୁଥିଲେ। ୨୦୧୭ରେ ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିଲା। ତା’ପରଠାରୁ ସେ ତାଙ୍କ ପରିବାର ସହ ଯୋଗାଯୋଗରେ ଥିଲେ।ସେ ପୁନେରେ ଜଣେ ଜିମ୍ ଟ୍ରେନ୍ର ଭାବେ କାର୍ୟ୍ୟ କରୁଥିଲେ। ଏହି ସୂଚନା ପାଇବା ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଖୋଳତାଡ଼ ଆରମ୍ଭ କରାଯାଇଥିଲା ଓ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶେଷରେ ତାଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରୁ ଗିରପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା।
ମୁଖ୍ୟ ଅଭିଯୁକ୍ତ ପୂର୍ବ ଶତ୍ରୁତାରୁ ସୁମନ୍ତଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ସୁମନ୍ତ ସଂଗୀତ ମହାବିଦ୍ୟାଳୟର ଛାତ୍ର ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଧ୍ୟ ସେଠାରେ ପଢ଼ୁଥିଲେ। ତେବେ ସୁମନ୍ତଙ୍କ ଅଭିଯୋଗ କ୍ରମେ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା