କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ପାଟକୁରାରେ ଭେଶଯ ଗଣତି ଆରମ୍ଭ ହେବା ଠାରୁ ହିଁ ବିଜେଡି ସମସ୍ତ ରାଉଣ୍ଡରେ ଆଗରେ ରହିଛି । ଯାହାକୁ ନେଇ ବିଜେଡିରେ ଉତ୍ସାହ ଦେଖିବାକୁ ମିଳିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୮୬୭୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସବୁଠାରେୁ ବଡ କଥା ହେଲା ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ୧୦୦୦ ଭୋଟ ମଧ୍ୟ ପାଇ ପାରି ନାହିଁ । ମାତ୍ର କଂଗ୍ରେସ ୮୨୦ ଖଣ୍ଡ ଭୋଟ ପାଇଛନ୍ତି ।
ସେହିଭଳି ଯଦି ୬ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦୫୨୫ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେ ରହିଛନ୍ତି । ୬ ରାଉଣ୍ଡରେ ବିଜେଡିକୁ ୩୬୬୧୨, ବିଜେପି ୨୬୦୮୦, କଂଗ୍ରେସ ୯୮୨ ଖଣ୍ଡ ଭୋଟ ପାଇଛନ୍ତି । ଏବଂ ନୋଟାରେ ୧୭୪ ଖଣ୍ଡ ଭୋଟ ପଡିଛି । ଆଜି ତିନି ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଉଛି ।
ତେବେ ମାର୍ଶାଘାଇ ଓ ଗରଦପୁରରେ ବିଜେପି ଲିଡ କରିବ ବୋଲି ବିଜେପି କର୍ମୀ ଆଶା ରଖିଛନ୍ତି ।ପଞ୍ଚମ ରାଉଣ୍ଡରେ ବିଜେଡିକୁ ୩୦୬୦୦ ଏବଂ ବିଜେପି ୨୧୯୨୭ ଓ କଂଗ୍ରେସକୁ ୮୨୦ ଖଣ୍ଡ ଭୋଟ ମିଳିଥିଲା । ଆଜି ଗଣତି ଶେଷ ହେବା ପରେ ଫଳ ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।