ନିଆଳି (ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଆଳି ସ୍ଥିତ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬୦ରୁ ଅଧିକ ଚାଳ ପୋଡି ଯାଇଛି । ଯାହାଫଳରେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଗ୍ନିଶମ କର୍ମଚାରୀ ଆସି ଲାଗିଥିବା ନିଆଁକୁ ଲିଭାଇଥିବା ବେଳେ କେଉଁ କାହାଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ତେବେ କେହି ଦୁବୃର୍ତ୍ତ ଏହି ନିଆଁ ଲଗାଇଥିବା ନେଇ ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଚାରି ଥର ଏହି ହାଟରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଆଜି ସାପ୍ତାହିକ ହାଟ ଥିବା କାରଣରୁ ବ୍ୟବସାୟୀମାନେ ନିଜ ଜିନିଷପତ୍ର ଧରି ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ହାଟରେ ନିଆଁ ଲାଗିବା ସତ୍ୱେ ଏହାପ୍ରତି କେହି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।