ଭଞ୍ଜନଗର (ଭବାନୀ ପାଳ ): ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ଥିବା ନିର୍ମାଣଧୀନ ନୂତନ ପରିବହନ କାର୍ୟ୍ୟାଳୟ ପରିସରରେ ୭୧ତମ ବନ ମହୋତ୍ସବ ପାଳନ କରାଯାଇଛି । । ଏହି ବନ ମହୋତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହେରା , ସମ୍ମାନିତ ଅତିଥି ଭାବେ କୋଠାବାଡି ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉତର ଘୁମୁସର ବନଖଣ୍ଡ ସହ ସଂରକ୍ଷକ ଏମ.ମୋତିଲାଲ ,ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ,ଅବସରପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।
ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଏହାର ସଭାପତିତ୍ୱ କରିଥିଲେ ।
ଏହି ଅବସରରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି.ଗୋବିନ୍ଦ ରାଓଙ୍କ ଦ୍ୱାରା ଲିଖିତ ଏବଂ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁଙ୍କ ଦ୍ୱାରା ଗାନ କରାଯାଇଥିବା “ବୃକ୍ଷ ହିଁ ଜୀବନ ” ସଂଗୀତ ଉନ୍ମୋଚନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ୭୧ ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ବିଶିଷ୍ଟ ସମଜସେବୀ ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ । ସେହିପରି ହେଲପିଙ୍ଗ ହ୍ୟାଣ୍ଡର ଦୁଇ ଜଣ ସ୍ୱେଚ୍ଛାସେବୀ ସଦସ୍ୟଙ୍କ କରୋନାରେ ଉତ୍ତମ ସେବା ଯୋଗାଇଥିବାରୁ ଭବାନୀ ଶଙ୍କର ପାଳ ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବନ ମହୋତ୍ସବ ସପ୍ତାହରେ ନିର୍ମାଣଧୀନ କୋଠା ଚାରିପଟେ ୨୭୦ ଟି ଚାରା ରୋପଣ କରାଯିବ ବୋଲି ଜଣାପଡିଛି ।