କେନ୍ଦୁଝର ( ଏଟିଆର ବ୍ୟୁରୋ): ବିଲରେ ହଳ ହେଉଥିବା ବେଳେ ଟ୍ରାକ୍ଟରରୁ ଖସି ପଡି ଜଣେ ଆଠ ବର୍ଷର ଶିଶୁଙ୍କର ମୃତ୍ୟୁ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ସୂଚନା ଅନୁସାରେ ଗତକାଲି କ୍ଷେତରେ ଚାଷ ହେଉଥିବା ସମୟରେ ସେହି ଗ୍ରାମର ଟିକିରା ମୁଣ୍ଡାଙ୍କର ୮ ବର୍ଷର ପୁଅ ଅନୀଲ କୁମାର ମୁଣ୍ଡା ଖୁରସି ହୋଇ ଟ୍ରାକ୍ଟରରେ ବସିଥିଲେ । ହେଲେ କିଏ ଜାଣିଥିଲା ଏମତି ହେବ ଖୁସି ଟା ଅଦିନିଆ ଦୁଃଖ ହୋଇ ମାଡି ଆସିବ ।
ଦଇବ ନିରିହ ପିଲାଟିର ଖୁସୀକୁ ଲୁହ ସାଗରରେ ଭସାଇ ଦେବ । ଟ୍ରାକ୍ଟର ଚକା ଉପରେ ଥିବା ମଡଗାର୍ଡ ଉପରେ ବସିଥିବା ବେଳେ ଟ୍ରାକ୍ଟରଟି ହଳ କରି ବିଲ ହିଡ ଆଉ ଗୋଟେ ରୋ ପାଇଁ ବୁଲିବା ବେଳେ ପିଲାଟି ହଠାତ ଟ୍ରାକ୍ଟର ମଡଗାର୍ଡ ଉପରୁ ତଳକୁ ଖସି ପଡିଥିଲା । ପିଲାଟି ଖସି ପଡି ପଡିଯାଇଥିଲା ଟ୍ରାକ୍ଟର ଳଙ୍ଗଳ ଉପରେ । ଟ୍ରାକ୍ଟର ଲଙ୍ଗଳରେ ପଡି ଛିଟିକି ପଡିଥିଲେ ବିଲ ଭିତରକୁ ।
ପିଲାଟି ଲଙ୍ଗଳରେ ପଡିବା ଦ୍ୱରା କ୍ଷତ ବିକ୍ଷତ ହୋଇଯାଇଥିଲା । ଗ୍ରାମ ବାସୀ ମାନେ ସଂଙ୍ଗେସଙ୍ଗେ ଅନୀଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଅନୀଲଙ୍କଳୁ ମୃତ ଘୋଷଣା କରିଥିଲେ । ପିଲାଟିର ମୃତ୍ୟୁକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।