ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ରେ ଘର ଖଣ୍ଡେ କିଣିବା ସମସ୍ତଙ୍କର ସ୍ୱପ୍ନ । କିନ୍ତୁ ଏକାସଙ୍ଗରେ ଉପଯୁକ୍ତ ମୂଲ୍ୟ ଓ ସମସ୍ତ ସୁବିଧା ମିଳି ପାରୁନିଥିବା ହେତୁ ବେଳେ ବେଳେ କିଛି ଜଣଙ୍କ ସ୍ୱପ୍ନ ଅଧୁରା ରହିଯାଏ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ଏହି ସ୍ୱପ୍ନ ପୁରଣ କରିବାକୁ ଅଣ୍ଟା ଭିଡିଛିି ରିୟଲ ଇଷ୍ଟେଟ କମ୍ପାନୀ ଅର୍ବାନ ଡେଭଲପର୍ସ ଆଣ୍ଡ ବିଲଡର୍ସ । ସେଥିପାଇଁ ଆଣିଛି ଏକ ସୁନ୍ଦର ଆପାର୍ଟମେଣ୍ଟ । ଯାହାର ନାଁ ହେଉଛି ‘ଅର୍ବାନ ସେରେନୋ’ । ନାଁ ଯେମିତି ତାର ଆଖ ପାଖର ସୌନ୍ଦର୍ଯ୍ୟ ମଧ୍ୟ ସେମିତି । ଚାରିଆଡେ ଖାଲି ସବୁଜମୟ । ଲୋକେ ଏଠାରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଅନେକ ସୁବିଧାର ଲାଭ ମଧ୍ୟ ଉଠାଇ ପାରିବେ । ପ୍ରାୟ ଏକ ଏକର, ଶହେ ଡିସିମିଲିରେ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ( ନୁଆଗାଁ ) ମୌଜାରେ ନିର୍ମାଣ ହେଉଛି ‘ଅର୍ବାନ ସେରେନୋ’ । ଏହି ଅଞ୍ଚଳର ରାସ୍ତା ଏବେ ରିଙ୍ଗ ରୋଡରେ ପରିଣତ ହେଉଛି ଯାହା ଭୁବନେଶ୍ୱରକୁ ସଂଯୋଗ କରିବ ।
ଅତ୍ୟାଧୁନିକ ସୁବିଧା ସହ ୧୨ ଏବଂ ୧୦ ମହଲା ବିଶିଷ୍ଟ ଆଟ୍ଟାଳିକାରେ୨ ଟି ଟାୱାର ରହିଥିବା ବେଳେ ଏଥିରେ ସର୍ବମୋଟ ୧୦୪ ଟି ଫ୍ଲାଟ ରହିଛି । ଏଥିରୁ ୬୪ ଟି 2BHK ଏବଂ ୪୦ ଟି 3BHK ।
ଏହାସହିତ ଏଥିରେ ଅନେକ ସୁବିଧା ମଧ୍ୟ ରହିଛି । ଯେପରିକି କ୍ଲବ ହାଉସ ଆମେନିଟିଜ୍ ଏବଂ ଟେରେସ୍ ଆମେନିଟିଜ୍ ।
କ୍ଲବ ହାଉସ୍ ଆମେନିଟିଜ୍ ରେ ରହିଛି:
– ୱେଲ ଇକ୍ୱିପ୍ଡ ଜିମ୍
– ସ୍ନୋକର ରୁମ୍
– ଟେବୁଲ ଟେନିସ୍ ରୁମ୍
– ଇଣ୍ଡୋର ବ୍ୟାଡମିଣ୍ଟନ କୋର୍ଟ
– ଇଣ୍ଡୋର ଗେମ୍ ରୁମ୍
– ସ୍ୱିମିଙ୍ଗ ପୁଲ୍
– ପୁଲ ସାଇଡ୍ ପାର୍ଟି ଏରିଆ
– ଆଇସୋଲେସନ ରୁମ୍
ଟେରେସ୍ ଆମେନିଟିଜ୍ ରେ ରହିଛି:
– ବାର୍ବିକ୍ୟୁ ସିଟିଙ୍ଗ
– ଆଉଡର ଜିମ୍
– ୟୋଗା ଡେକ୍
– କିଡ୍ସ ପ୍ଲେ ଏରିଆ
– ଆଉଡର ସିଟିଙ୍ଗ
– ଗାର୍ଡେନ
ଏଥିରେ ୮୦ ଲକ୍ଷରୁ 2BHK ଆରମ୍ଭ ହେଉଥିବା ବେଳେ ଏକ କୋଟି ୯ ଲକ୍ଷରୁ ଆରମ୍ଭ ହେଉଛି 3BHK । ଯଦି କେହି ବ୍ୟକ୍ତି ଏଥିରେ ଆପାର୍ଟମେଣ୍ଟ କିଣିବା ପାଇଁ ଇଛୁକ ତେବେ ୯୨୩୭୩୮୫୯୨୦ ନମ୍ବରରେ ଯୋଗଯୋଗ କରିପାରିବେ ।