ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆର ମାସରେ ଆରମ୍ଭ ହୋଇଥିବା ଅଭିଯାନରେ ମୋଟ ୨ ହଜାର କୋଟି ଟଙ୍କା ଆଦାୟ କରାଯାଇଛି । ଏହି ଅନୁଦାନ ଟଙ୍କାର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।
ମୋଟ ୫ ଲକ୍ଷ ଗାଁ କୁ ଯାଇ ଟଙ୍କା ସଂଗ୍ରହ କରାଯାଇଛି । ଏବେ ଏହି ପ୍ରକ୍ରିୟା ଶେଷ ହୋଇ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏବେ ମଧ୍ୟ ଅନେକ ଚେକ ଓ ଅନୁଦାନ ବ୍ୟାଙ୍କରେ ରହିଥିବାରୁ ସେଗୁଡିକୁ ଟ୍ରଷ୍ଟରେ ଜମା ହୋଇ ପାରି ନାହିଁ ।