ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ରାଜ୍ୟରେ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି । ଗଞ୍ଜାମ ଜିଲ୍ଲାରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ୭ ଜଣିଆ ସ୍ୱତନ୍ତ୍ର ଟିମ୍ ସେଠାକୁ ପଠା ଯାଇଛି ।
A seven member team led by Director Health Services, with representatives from WHO and ICMR RMRC is being sent to Ganjam for strengthening containment, surveillance and medical response. MKCGMCH is also supplementing the local administration.
@CMO_Odisha @nabadasjsg @SecyChief— H & FW Dept Odisha (@HFWOdisha) May 9, 2020
ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏହି ୭ ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଟିମ୍ ରେ WHO, ICMR, RMRC ର ପ୍ରତିନିଧି ରହିଛନ୍ତି । ଏହି ଟିମ୍ ଗଞ୍ଜାମ ଜିଲ୍ଲାରେ କଣ୍ଟେନମେଣ୍ଟ, ସର୍ଭେଲାନ୍ସ ଏବଂ ମେଡିକାଲ ରେସପନ୍ସର ଅନୁଧ୍ୟାନ କରିବେ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ର ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।