ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଥର ରାତି ବେଳା ମଧ୍ୟ ମିଳିବ ଆହାର । ଭୁବନେଶ୍ୱର ଏମ୍ସ ପାଖରେ ଦୁଇଟି ଆହାର କେନ୍ଦ୍ରରେ ରାତି ସମୟରେ ଖାଇବା ମିଳିବ । ଏଠାରେ ଚାରି ଶହ ଲେଖାଏଁ ମିଲ୍ସ ପ୍ରସ୍ତୁତ କରାଯିବ । ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇପାରିବେ ରୋଗୀ ସହାୟକ । ଏହି ରାତ୍ର ଭୋଜନ ବ୍ୟବସ୍ଥାକୁ ବିଏମି ମେୟର ସୁଲୋଚନା ଦାସ ଉଦଘାଟନ କରିଛନ୍ତି ।
ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ହସ୍ପିଟାଲ ପାଖରେ ଏବେ ୫ଟି ଆହାର କେନ୍ଦ୍ର ରହିଛି । ସେହିଅନୁଯାୟୀ ଏମ୍ସ ପାଖରେ ଦୁଇଟି ରହିଛି । ଏଠାରେ ଦୈନିକ ୭୫୦ ଲୋକ ଖାଉଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀ ସହାୟକମାନେ ଯେପରି ଉପକୃତ ହେବେ ସେନେଇ ଏହି ବ୍ୟବସ୍ଥା କରାଯାଇଛି ବୋଲି ଶ୍ରମତୀ ଦାସ କହିଛନ୍ତି ।