ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ଯାଏଁ କରୋନା ସହ ଲଢେଇ କରି ଶେଷରେ ହାରିଗଲେ ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର । କାମ କଲାନି ଇକମୋ ଚିକିତ୍ସା । କରୋନାରେ ଆକ୍ରାନ୍ତ ହେବା ପରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଇକମୋ ଚିକିତ୍ସା ନେଉଥିଲେ ଅଭିଷେକ ।
ଭଦ୍ରକ ବାସୁଦେବପୁର ଗାଁର ଅଭିଷେକ ମହାପାତ୍ର ବିବାହର କେଇଟା ଦିନ ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କର ଇକମୋ ଚିକିତ୍ସା କରିବା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ସେଠାରେ ତାଙ୍କର ଇକମୋ ଚିକିତ୍ସା ଚାଲିଥିଲା । କିନ୍ତୁ ତାଙ୍କୁ ବଞ୍ଚାଇପାରିଲାନି ଇକମୋ । ତାଙ୍କର ଇକମୋ ଚିକିତ୍ସା ପାଇଁ ପତ୍ନୀଙ୍କ ନିବେଦନରେ ଅନେକ ଲୋକ ଆର୍ଥିକ ସହାୟତା ମଧ୍ୟ କରିଥିଲେ ।