ବାରିପଦା (ଏଟିଆର ବ୍ୟୁରୋ) ; ରାତିର ମଜା ନିଆରା । ଯିଏ ତା ମଜା ପାଇଛି ସେ ଜାଣିଛି । ରାତିରେ ଖୁବ ମଜା କରିଥିଲେ । ହେଲେ ସକାଳ ପାଇବା ବେଳକୁ ସବୁକିଛି ସରିଗଲା । ରାତିରେ ଯାତ୍ରା ଦେଖି ଅନିଦ୍ରା ହୋଇ ଘରକୁ ଫେରୁଥିବା ବେଳେ ଘଟିଛି ମର୍ମନ୍ତୁକ ସଡକ ଦୁର୍ଘଟଣା । ଏଥିରେ ଚାଲିଯାଇଛି ୨ ଜଣଙ୍କ ଜୀବନ । ମୃକତ ଦ୍ୱୟ ହେଲେ ଦୀପକ ସେଠୀ ଏବଂ ଲିପୁନ ସାହୁ । ଦୁହିଁଙ୍କ ଘର ସ୍ଥାନୀୟ ସାରଶକଣା ଅଞ୍ଚଳରେ । ଭୋର ସମୟରେ ରାତିରେ ମଞ୍ଚସ୍ଥ ନାଟକ ବିଷୟରେ କଥା ହୋଇ ଖୁସିରେ ଫେରୁଥିଲେ ଘରକୁ । କିନ୍ତୁ ବାଟରେ ଏହି ଖୁସି ଉପରେ ଲାଗିଯାଇଥିଲା କାହା ନଜର । ସବୁ ହସ ଖୁସି ଲୁହରେ ପରିଣତ ହୋଇଯାଇଥିଲା । ଫେରୁଥିବା ସମୟରେ କୈାଣସି ଏକ ଅଜଣା ଗାଡି ଆସି ପିଟି ଦେଇଥିଲା ବାଇକକୁ । ଏହା ପରେ ସବୁ କିଛି ସରିଯାଇଥିଲା ।
ଦୁର୍ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ । ୧୮ ନମ୍ବର ଜାତୀୟ ରାଜପଥରେ ଯାତ୍ରା ଦେଖି ଫେରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ପରେ ରାସ୍ତା କଡକୁ ଛିଟିକି ପଡିଥିଲେ ଲିପୁନ ଏବଂଦୀପକ । ତେବେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପୋଲିସ ପାଖରେ ପହଁଞ୍ଚିବା ପରେ ମୃତ ଦେହକୁ ଉ଼ାର କରିଛି ପୋଲିସ । ପରେ ପରିବାର ଲୋକ ଆସିବା ପରେ ଶବକୁ ବ୍ୟବଛେଦ କରିଛି । ଦୁର୍ଘଟଣା କରି ଫେରାହୋଇଯାଇଥିବା ଗାଡିକୁ ଖୋଜିବା ପାଇଁ ପୋଲିସ ତଦନ୍ତ ଜାରି କରିଛି ।