ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ପୁଅର ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ସ୍ପେଶାଲ ସ୍କ୍ୱାଡରେ ଥିବା ସଞ୍ଜୀବ ଶତପଥୀଙ୍କ ପୁଅର ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ସରକାରୀ କ୍ୱାଟରରୁ ଉଦ୍ଧାର କରାଯାଇଛି । ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି ।
ଗତକାଲି ବିଲମ୍ବିତ ରାତିରେ ଘଟଣାଟି ଘଟିଛି । ନାବଳକ ଜଣକ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ହେଲେ ଅଚାନକ୍ ତାଙ୍କ ମୃତ୍ୟୁ ଖବରକୁ ନେଇ ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ, ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।ନୟାପଲ୍ଲୀ ଥାନା ପୋଲିସ୍ ମୃତ ଦେହକୁ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଏହାର ଅସଲ କାରଣ ଜଣାପଡିବ ।