ନିଉ ଦିଲ୍ଲୀ ( ଏଟିଆର ବ୍ୟୁରୋ) ; ଅଭିନେତ୍ରୀରୁ ପ୍ରଯୋଜକ ସାଜିଥିବା ପ୍ରିୟଙ୍କା ଚୋପ୍ରାଙ୍କ ଚଳଚିତ୍ର ପାହୁନା- ଦ ଲିଟିଲ ଭିଜିଟର ଜର୍ମାନରେ ଛୋଟ ପିଲା ମାନଙ୍କ ପାଇଁ ଚାଲିଥିବା ସେଲିନଜେଲ ଚଳଚିତ୍ର ମହୋସ୍ଚବ ଦୁଇଟି ପୁରଷ୍କାର ଜିତିଛି
ଏହି ଚଳଚିତ୍ରଟି ପ୍ରଫେସନାଲ ଜୁରି ଆୱାର୍ଡ଼ ଜିତିବା ସହ ସର୍ବଶ୍ରେଷ୍ଟ ୟୁରୋପିଆନ ଚିଲଡ଼୍ରେନ ଫିଲ୍ମ ଆୱାର୍ଡ଼ ମଧ୍ୟ ଜିତିଛି ।
ଚଳଚିତ୍ରଟିକୁ ମହୋତ୍ସବରେ ଅକ୍ଟୋବର ୨ଏବଂ ୩ ତାରିଖରେ ପ୍ରଦର୍ଶିତ କରାଯାଇଥିଲା ଯାହାକୁ ପିଲା ବଡ଼ ଙ୍କ ସହ ପ୍ରାୟ ସମସ୍ତ ବର୍ଗର ଲୋକ ପସନ୍ଦ କରିଥିଲେ ।
ଏହି ଚଳଚିତ୍ରଟି ତିନିଜଣ ନେପାଳି ଛୋଟପିଲାଙ୍କ ଉପରେ ପର୍ଯବେସିତ । ଯେଉଁମାନେ ନିଜ ପିତାମାତାଙ୍କ ଠାରୁ କିପରି ଅଲଗା ହୋଇ ପୁଣି ଘରକୁ ଫେରୁଛନ୍ତି, ତାହାରି ଉପରେ ଏହାର କାହାଣି ପର୍ଯବେଶିତ ।ପ୍ରିୟଙ୍କା ଚୋପ୍ରାଙ୍କ ପର୍ପଲ ପେବଲ ପିକଚର ବ୍ୟାନରରେ ନିର୍ମିତ ଏହି ସିକ୍କିମ ଚଳଚିତ୍ରଟିକୁ ପାଖି ଏ ଟାୟାରୱାଲା ନିର୍ଦେଶନା ଦେଇଛନ୍ତି ।ଚଳଚିତ୍ରଟିକୁ ତିଆରି କଲାବେଳେ ଆମେ କେବେ ବି ଭାବିନ ଥିଲୁ ଯେ ଏହା ଏତେମାତ୍ରାରେ ସଫଳ ହେବ । ଏହି ଚଳଚିତ୍ରଟି କେବଳ ଭାରିତରେ ନୂହେଁ ପୁରା ବିଶ୍ୱର ଦର୍ଶକ ପସନ୍ଦ କରିଛନ୍ତି । ଏହା କେବଳ ଭଗବାନଙ୍କ ଆଶିର୍ବାଦରୁ ସମ୍ଭବ ହୋଇଛି ବୋଲି ପ୍ରିୟଙ୍କା ଙ୍କ ମା ତଥା ସହପ୍ରଯୋଜକ ମଧୁ ଚୋପ୍ରା କହିଛନ୍ତି ।ଚଳଚିତ୍ରର ସଫଳତାରେ ମୁଁ ବହୁତ ଖୁସି । ଏହାର ସଫଳତା ଆମକୁ ଅଧିକରୁ ଅଧିକ ଏପରି ଚଳଚିତ୍ର ନର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଁ ଭାବୁଛି ବୋଲି କହିଛନ୍ତି ମଧୁ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024