ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଦଘାଟିତ ହୋଇଛି ଆଦିବାସୀ ମେଳା ୨୦୨୦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଏହି ମେଳାକୁ ଉଦଘାଟିତ ହୋଇଛି । ଚଳିତ ବର୍ଷ ଏହି ମେଳା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ରାଜ୍ୟର ୨୦ ରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ମାନଙ୍କର ଚାଲିଚଳନି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି । ମାଟିର ଘର, ବଗିଚାରେ ସୁନ୍ଦର ଫୁଲ ଗଛ, ବାଡିରେ ପରିବା ଚାଷ ଭଳି ବିଭିନ୍ନ ରକମରେ ଏହି ମେଳାରେ ସାଜସଜ୍ଜା କରାଯାଇଛି ।
ତେବେ ଚଳିତ ବର୍ଷ ମେଳାରେ ମୁଖ୍ୟ ଆକର୍ଷଣ ପାଳଟିଛି ୧୩ ଟି ବାହାର ରାଜ୍ୟରୁ ଆସିଥିବା ଖାଦ୍ୟ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ରାଜ୍ୟର ଆଦିବାସୀ ଖାଦ୍ୟ ସହ ୧୩ଟି ବାହାର ରାଜ୍ୟର ଖାଦ୍ୟ ଜାତୀୟ ଟ୍ରାଇବାଲ ଫୁଡ କୋର୍ଟରେ ସ୍ଥାନ ପାଇଛି । ଅନ୍ୟପଟେ ହସ୍ତଶିଳ୍ପରେ ତିଆରି ସାମଗ୍ରୀ ବିକ୍ରି କରିବା ଲାଗି ତିଆରି କରାଯାଇଛି ସ୍ୱତନ୍ତ୍ର କ୍ରାଫ୍ଟ ଭିଲେଜ । ଏହି କ୍ରାଫ୍ଟ ଭିଲେଜରେ କଳାକୃତିର ଲାଇଭ ଡେମୋ ରହିଛି । ଏହା ସହ ପ୍ରତି ଦିନ ସଂନ୍ଧ୍ୟାରେ ଜାତୀୟ ଟ୍ରାଇବାଲ ଡ୍ୟାନ୍ସ ଫେଷ୍ଟିଭାଲରେ ବିଭିନ୍ନ ରାଜ୍ୟର କିଛି ସ୍ୱତନ୍ତ୍ର ନୃତ୍ୟ ଟ୍ରାଇବାଲ ଡ୍ୟାନ୍ସ ଦେଖିବାକୁ ମିଳିବ ।