ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରୁ ରହସ୍ୟ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ତେବେ ଆଦିତ୍ୟଙ୍କୁ ଜଲଦି ନ୍ୟାୟ ଦେବା ପାଇଁ ଆଜି ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟ ଦ୍ୱାରସ୍ଥ ହେଲେ ତାଙ୍କ ବାପା ମାଆ । ନ୍ୟାୟ ପାଇଁ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ପରିବାର । ସୂଚନାନୁଯାୟୀ, ଗତକାଲି ଆଦିତ୍ୟ ଦାଶ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିଛି ।
ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା କରିଥିଲା କ୍ରାଇମ ବ୍ରାଞ୍ଚ। ରସୁଲଗଡ଼ସ୍ଥିତ ଫରେନ୍ସିକ ଲ୍ୟାବ୍ରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି। ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦୀର୍ଘ ୫ ଘଣ୍ଟା ଧରି ଲାଏ ଡିଟେକ୍ସନର ସମ୍ମୁଖୀନ ହୋଇଥିଲେ। ବିଦ୍ୟାଶ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗୁଡାଇତୁଡାଇ ପ୍ରଶ୍ନ କରିଥିଲା। ତେବେ ଆଜି ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍ସିକ ସେଣ୍ଟରରେ ବିକାଶ, ପପୁ ଏବଂ ଦୀପକ ହାଜର ହୋଇଛନ୍ତି। ଆଜି ଆଦିତ୍ୟଙ୍କ ୩ ସହଯୋଗୀ ଲାଏ ଡିଟେକ୍ସନ ଫାଶରେ ପଡିଛନ୍ତି।
ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର
Tags #AtrNews #Odisha