ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ନେଇ ପ୍ରତି ମୂହୂର୍ତ୍ତରେ ଆସୁଛି ନୂଆ ନୂଆ ସସପେନ୍ସ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରୁ ଆଦିତ୍ୟଦାସଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ଏବେ ଛାନଭିନ ଚଳାଉଛି ପୋଲିସ । ସମୟ ଯେତେ ବଢୁଛି ଆଦିତ୍ୟଙ୍କ ମୃ୍ତ୍ୟୁ ସେତେ ସେତେ ରହସ୍ୟ ଘେରକୁ ଆସୁଛି । ଆଦିତ୍ୟଙ୍କ ମୃତ ଦେହ ଉଦ୍ଧାର ସ୍ଥାନ ହିଁ ସୃଷ୍ଟି କରିଛି ବଡ ସନ୍ଦେହ । ଅନ୍ୟକୁ ବଞ୍ଚିବା ପାଇଁ ପ୍ରେରଣା ଦେଉଥିବା ମଣିଷଟି ଆଜି ନିଯେ ବାଟବଣା ହୋଇଗଲା କେମିତି ? ଶୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ନେଇ ଖୋଳତାଡ୍ ଚାଲିଛି ।
ସେପଟେ ଆଦିତ୍ୟଙ୍କ ସ୍ତ୍ରୀଙ୍କ କହିବା କଥା ତାଙ୍କ ସ୍ୱାମୀ କେବେବି ଆତ୍ମହତ୍ୟା କରି ପାରିବେ ନାହିଁ ବରଂ ଏହା ପଛରେ କିଛି ଷଡଯନ୍ତ୍ର କରାଯାଇଛି । ତେବେ ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରୁ ଆଦିତ୍ୟ ଦାସଙ୍କ କ୍ଷତାକ୍ତ ମୃତ ଶରୀର ମିଳିଥିଲା । ତେବେ ମୃତ ଦେହକୁ ନେଇ ଏବେ ସବୁଠୁ ଅଧିକ ସସପେନ୍ସ ଆସୁଛି । କାରଣ ଉଦ୍ଧାର କରାଯାଇଥିବା ମୃତ ଦେହରେ ଟ୍ରେନ ଚଢିବାର ବା ଧକ୍କା ଦେବାର କୌଣସି ଚିହ୍ନବର୍ଣ୍ଣ ନାହିଁ । ତେବେ ପୋଷ୍ଟ ମଟର୍ମ ରିପୋର୍ଟ ଓ ପୋଲିସ ଇନଭେଷ୍ଟିଗେସନ ରିପୋର୍ଟ ଆସିଲେ ଘଟଣା ଉପରୁ ପରଦା ଉଠିପାରେ ।