ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହୋଇଛି ୧୩ତମ ଆନ୍ତରାଷ୍ଟ୍ରୀୟ ଏରୋ ଇଣ୍ଡିଆ ଶୋ ।ଏୟାରପୋର୍ଟରେ ୩ ଦିନ ଧରି ଦେଖିବାକୁ ମିଳିବ ଦେଶର ବିମାନ , ଅସ୍ତ୍ରଶସ୍ତ୍ର ଓ ଟେକେନୋଲିଜିତ ଝଲକ । ଏହି ଶୋ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ଏହାର ଉଦଘାଟନ ସମାରୋହରେ ଏଲ.ସି.ଏ ତେଜସ, ରାଫେଲ ଓ ଲାଇଟ୍ ୟୁଟିଲିଟି ହେଲିକପ୍ଟରର ଉଡାଣ ଦେଖିବା ପାଇଁ ମିଳିଛି । ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶ ଏହିଏରୋ ସୋ ରେ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏହି ସମୟରେ ନୂଆ ଚୁକ୍ତି ହେବାର ସମ୍ଭାବନା ରହିଛି ।
ଭାରତୀୟ ବାୟୁସେନା , ସ୍ଥଳସେନା , ନୈାସେନା , ହାଲ , ତଟରକ୍ଷୀ ବାହିନୀର ଅନେକ ବିମାନ ଏହି ପ୍ରଦର୍ଶନୀରେ ସାମିଲ ହେବେ ।ଏଚ.ଏଲ ପକ୍ଷରୁ ଚଳିତ ବର୍ଷ ବିମାନ ଓ ହେଲିକେପ୍ଟର ପ୍ରଦର୍ଶନ କରାଯିବ । ପ୍ରଥମ ଥର ପାଇଁ ଏହି ଶୋ ହାଇବ୍ରିଡ ମୋଡରେ ହେବ ।
ପ୍ରତିରକ୍ଷା କ୍ଷେତ୍ରରେ ଯୋଗ ଦେବେ ୧୪ ଟି ଦେଶର ୭୮ ଟି କଂପାନୀ ।ଡିଆରଡିଓ ପକ୍ଷରୁ ତିନି ଦିନ ଧରି ହେବାକୁ ଥିବା ଏରୋ ଇଣ୍ଡିଆ ଶୋ’ରେ ଉଭୟ ଫିଜିକାଲ୍ ଓ ଭର୍ଚୁଆଲ୍ ଏୟାର ଶୋ’ ଦେଖିବାକୁ ମିଳିବ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଶୋକୁ ଉଦଘାଟନ କରିବେ ।