ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ହେଉ ଅବା ହଲିଉଡ । ଏହି ଇଣ୍ଡିଷ୍ଟ୍ରିଜରେ ଏକ ଦମଦାର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ସର୍ବଦା କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି । ଯେଉଁଥି ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ମାତ୍ର ଏବେ ପ୍ରିୟଙ୍କା ଏକ ଫଟୋସୁଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫଟୋସୁଟ୍ ଇଲେ ୟୁକେ ପାଇଁ କରାଇଛନ୍ତି ପ୍ରିୟଙ୍କା । ଏହି ମ୍ୟାଗାଜିନ୍ ର ମାର୍ଚ୍ଚ ଇସ୍ୟୁରେ ପ୍ରିୟଙ୍କା କଭର ପେଜ୍ ରେ ନଜର ଆସିବେ । ଏହାସହିତ ଏହି ଫଟୋସୁଟ୍ ର ଫଟୋ ପ୍ରିୟଙ୍କା ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ସେହିପରି ପ୍ରିୟଙ୍କା ଏକ ଇଂଟରଭ୍ୟୁରେ କହିଛନ୍ତି କି, ୧୫ ବର୍ଷ ପର୍ଯ୍ୟନ୍ତ ଲଗାତର କାମ କରିଛି । ସେ ତେଣିକି ହୋଲି ହେଉ ଅବା ଦୀପାବଳି ବା ଜନ୍ମଦିନ । ପ୍ରତ୍ୟେକ ଦିନ କାମ କରୁଥିଲି । ସର୍ବଦା ଅନ୍ ଲୋକେସନ ହିଁ ରହୁଥିଲି । କିନ୍ତୁ ଲକ୍ଡାଉନ ପାଇଁ ଟିକେ ଆରମ ମିଳିଗଲା ।
ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ନୂତନ ଫଟୋସୁଟ୍ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଏହାବ୍ୟତିତ ନିକଟରେ ନେଟଫ୍ଲିକ୍ସରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦି ହ୍ୱାଇଟ ଟାଇଗର’ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।