କଟକ(ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ସରିବା ପରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି । ଏହା ସହ ସେ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ ଖାତା ଦେଖିବାରେ ଡେରି ହୋଇ ଯାଇଛି । ଲକ୍ ଡାଉନ୍ ଖୋଳିବା ମାତ୍ରେ ଖାତା ଦେଖା ଆରମ୍ଭ କରାଯିବ । ଏହା ସହ ଖାତା ଦେଖା କେନ୍ଦ୍ର ବୃଦ୍ଧି କରାଯିବା ସହ ଅଧିକ ଶିକ୍ଷକ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯିବ । ତେବେ କେବେ ଖାତା ଦେଖା ଆରମ୍ଭ ହେବ ସେନେଇ କୌଣସି ନିଷ୍ପତି ହୋଇ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ମାତ୍ର ଲକ୍ ଡାଉନ୍ ଉଠିବା ମାତ୍ରେ ଖାତା ଦେଖା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯଇଛି ।
ତେବେ ପୂର୍ବରୁ ୬୧ଟି କେନ୍ଦ୍ରରେ ଖାତା ଦେଖା ହେବାର ସ୍ଥିର କରାଯାଇଥିଲା । ଏହି କେନ୍ଦ୍ରକୁ ବୃଦ୍ଧି କରିବାର ଯୋଜନା ରଖିଛି ଗଣଶିକ୍ଷା ବିଭାଗ । ସୂଚନା ଯୋଗ୍ୟ ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରିବାରେ ଲାଗିଛି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେଣୁ ଓଡିଶା ମଧ୍ୟ ଲକ୍ ଡାଉନ୍ ହୋଇଛି । ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୧୦୮ ରେପହଞ୍ଚିଛି ।